ମାଠିଆ ବନଉ ବନାଉ କେତେବେଳେ ଆଖି ଲାଗିଯାଇଥିଲି ସୁଲୁ ର... ରୋଷେଇ ଘରୁ ବଡ଼ ପାଟି ରେ ଡାକ ଶୁଣି ଚମକି ପଡିଲା ସୁଲୁ ହଠାତ ଢୁଳାଇ ତଳେ ଲୋଟିଗଲା ବେଳେ ସାବତ ମାଆ ସବିତା ର ପାଟି ଶୁଣି ନିଜକୁ ସମ୍ଭଳି ନେଲା ସେ କାଲି କୁ ତାକୁ ଶହେ ମାଠିଆ ଗଢିବାକୁ ପଡିବ.. କାରଣ କାଲି ପାଇଁ ଶହେ ମାଠିଆ ଜଣେ ସୌଦାଗର ନେବ ବୋଲି ସାବତ ମାକୁ ତାର କହିକି ଯାଇଛି।ଜାତି ରେ ସେମାନେ କୁମ୍ଭାର ବାପା ତାର ମଲେଣି ତାକୁ ଯେତେବେଳେ ଦୁଇ ବର୍ଷ ହେଇଥିଲା ହେଇ ଥିଲେ,, ଗାଁ କୁ କି ରୋଗ ଗୋଟେ ଆସିଲା ଯେ କେତେ ଲୋକ ସେଥିରେ ମରିଗଲେ... ସେ ଭିତରୁ ତା ବାପା ଥିଲେ.. ବୋଉ ତ ଜନ୍ମ କରିକି ମରିଗଲା... ବାପା ବୋଉ ମରିଵା ର ଦୁଃଖ ସହି ନ ପାରି ଆଉ ଗୋଟେ ବାହା ହେଲେ