kancha mathia barsha oh jiban in Odia Motivational Stories by Gitanjali Pujapanda books and stories PDF | କଞ୍ଚା ମାଠିଆ ବର୍ଷା ଓ ଜୀବନ

Featured Books
Categories
Share

କଞ୍ଚା ମାଠିଆ ବର୍ଷା ଓ ଜୀବନ

ମାଠିଆ ବନଉ ବନାଉ କେତେବେଳେ ଆଖି ଲାଗିଯାଇଥିଲି ସୁଲୁ ର... ରୋଷେଇ ଘରୁ ବଡ଼ ପାଟି ରେ ଡାକ ଶୁଣି ଚମକି ପଡିଲା ସୁଲୁ  ହଠାତ ଢୁଳାଇ ତଳେ ଲୋଟିଗଲା  ବେଳେ ସାବତ ମାଆ ସବିତା ର ପାଟି ଶୁଣି ନିଜକୁ ସମ୍ଭଳି ନେଲା ସେ କାଲି କୁ ତାକୁ ଶହେ ମାଠିଆ ଗଢିବାକୁ ପଡିବ.. କାରଣ କାଲି  ପାଇଁ ଶହେ ମାଠିଆ  ଜଣେ ସୌଦାଗର ନେବ ବୋଲି  ସାବତ ମାକୁ  ତାର କହିକି ଯାଇଛି।

ଜାତି ରେ ସେମାନେ କୁମ୍ଭାର ବାପା ତାର ମଲେଣି ତାକୁ ଯେତେବେଳେ ଦୁଇ  ବର୍ଷ ହେଇଥିଲା  ହେଇ ଥିଲେ,, ଗାଁ କୁ କି ରୋଗ ଗୋଟେ ଆସିଲା ଯେ କେତେ ଲୋକ ସେଥିରେ ମରିଗଲେ... ସେ ଭିତରୁ ତା ବାପା ଥିଲେ..  ବୋଉ ତ ଜନ୍ମ କରିକି ମରିଗଲା...  ବାପା ବୋଉ ମରିଵା ର ଦୁଃଖ ସହି ନ ପାରି ଆଉ ଗୋଟେ ବାହା ହେଲେ କଣ ହେଲା କେଜାଣି ସେବି ଦୁଇ ବର୍ଷ ସୁଲୁ କୁ ହେଉ ହେଉ  ଚାଲିଗଲେ  ଆର ପାରିକୁ.... ବାପା ଙ୍କୁ ଦେଖିଚି ମାଠିଆ ତିଆରି କରିବାର ସୁଲୁ.. ସାବତ ମାଆ ର ଗୋଟେ ଝିଅ ମାନେ ଗୋଟେ ଝିଅ ସୁଲୁ ଠାରୁ ବର୍ଷ ସାନ ଏବେ  ଦୁଇ ଜଣ  ପ୍ରାୟ ବର୍ଷ ସାନ ବଡ଼ ସୁଲୁ ର ବାହା ହେବା ବୟସ ହେଇ ଗଲାଣି.... ମାତ୍ର ଘର  ଚଳେଇ ବାର  ଭାର ଟି ତା ମୁଣ୍ଡ ରେ ଯେହେତୁ ସେ ଘର ର ବଡ଼ ଝିଅ  ସେ,, ବଡ଼ ଝିଅ  ତ ଯାହା ପୁଣି ସାବତ ଝିଅ... ନିଜ କୁ ଠିକ କରି ସେ ପୁଣି ବସିଗଲା ମାଠିଆ ତିଆରି କରିବାର....



ସେ ପାଖାପାଖି ପଚାଶ ଟି ମାଠିଆ ତିଆରି କରି ସାରିଥିଲା... ରାତି ସୁଦ୍ଧା ଆଉ ପଚାଶ ଟି ତିଆରି କରିବା ଲାଗି ତା ଦେହ ରେ ବଳ ନ ଥିଲେ.. କାଲି ଠାରୁ ସେଠୁ ସିଏ ଉଠିନି ସାବତ ମାଆ ର ତାଗିଦି ସୁଲୁ ସବୁ ତକ ମାଠିଆ ଯେମିତି ଠିକ ସମୟ ରେ ହେଇଯିଵା ଦରକାର ନ ହେଲେ ତୋର ଦିନେ କୁ ମୋର  ଦିନେ..... ଡରି ମରି କି ସବୁ ମାଠିଆ ପ୍ରସ୍ତୁତ କରୁଥିଲା ସେ.... ଆକାଶ କୁ ଚାହିଁଲା ସେ ବର୍ଷା   ଘୋଟଇ କି ଅଛି ଯଦି ବର୍ଷା ହେବା ତାର ସବୁ ପରିଶ୍ରମ ପାଣି ପରି ଭାସି ଯିବ.. ଯାହା ତ କ୍ଷତି  ହେବା ସେ ପୁଣି ଅଲଗା କଥା ଆଉ ମା ଆ ତ ଗୋଟେ ରେ ଗିଳି ଦେବ ଏମିତି ତ ସିଏ ତାକୁ ଅଲେକ୍ଷଣି କୁହେ.... ମନେ ମନେ ସିଏ ଭଗବାନ ଙ୍କୁ ଡକୁ ଥାଏ.... ଭଗବାନ ବି ଏମିତି ଯେ ଯାହା ଉପରେ ଦୁଃଖ ଦଉ ଥିବେ ତାକୁ ବନ୍ଦ କରିବେନି କି ସୁଖ ଦେବେନି ସୁଲୁ  ଭାବେ ଦିନେ ଦିନେ ମାଠିଆ କଲା ବେଳେ ଯେ ତାର ଦୁଃଖ ର କଣ  ଅନ୍ତ ଘଟିବନି  ଏ ଓଦା ମାଠିଆ ପରି ସେ କଣ ସବୁ ବେଳେ  କାଦୁଅ ରେ ପଡି ରହିଥିବ... ଜୀବନ ତାର କେବେ  ସବୁ ଠିକ କରି ସୁଖ କୁ  ସାଉଁଟିରଖିବ କିଏ ତ ଏମିତି ଆସିବ ଯିଏ ତା ଜୀବନ ରେ ସୁଖ ଆଉ ଶାନ୍ତି ଦେବ.....।

ଭାବୁ ଭାବୁ କେତେବେଳେ ରାତି ହେଇଯାଇଛି ସେ, ଜାଣିପାରେ ନାହିଁ। ଆହୁରି ତାକୁ କୋଡିଏ ଟି ମାଠିଆ ଗଡ଼ିବା କୁ ପଡିବ,କଞ୍ଚା  ମାଠିଆ   ଜୀବନ ଆଉ ବର୍ଷା ର ଡର ରେ ସେ ନିଜ କାମ କରିଚାଲିଛି..... ସେହି ସୁଖ ଜୀବନ ର ଅପେକ୍ଷା ରେ......।ସୁଖ କଣ ଆସିବ ତା ଜୀବନ ରେ.. କି   ସୁଖ ସେ ତ କେବେ ସେ ସୁଖ କୁ ଦେଖିନି ପିଲା ବେଳ ରୁ ସବୁ ବେଳେ  ସଂଘର୍ଷ ମୟ ଜୀବନ ତାର... ଖାଇବା ବୋଲି ଦାନା ଟେ ପେଟରେ ପଡିନି ସତରେ ସେ କାହିଁକି ଏତେ କଷ୍ଟ  ସହୁଛି କଣ ପାଇଁ ତାର ତ ନିଜର ନୋଳିଆ କେହି ନାହାନ୍ତି,,  ଆଉ  ଯିଏ ବି  ଅଛନ୍ତି ସେମାନେ ତା ନିଜର ହେଇକି ବି ନିଜର ନୁହନ୍ତି ...କଞ୍ଚା ମାଠିଆ ପରି ତା ଜୀବନ ଆଉ ସମ୍ପର୍କ ମଧ୍ୟ କଞ୍ଚା ହେଇକି ରହିଯାଇଛି.......।

ଦେହ ରେ ଆଉ କାଣିଚାଏ ବଳ ନାହିଁ,, ତାର ସକାଳୁ ବସିଛି ମାଠିଆ କରିବାରେ ଯେ ଆସିକି ସଞ୍ଜ ହେଲାଣି   ସାବତ ବୋଉ ବି ତାର କେମିତି ମଣିଷ କେଜାଣି ଭୋକ ଲାଗିଲେ ବି ତାଙ୍କୁ ସେ କହି ପାରିବନି କଣ ପାଇଁ ସେ କାରଣ ମାଆ ର  ତାଗିଦି ଯେ ସବୁ ମାଠିଆ ଆଜି କରି ସରିଵା ପରେ ସେଠୁ ଉଠିବୁ ନିଜ ମାଆ ହେଇଥିଲେ କଣ ଏମିତି ତା ସହିତ ଭେଦ ଭାବ କରିଥାନ୍ତା,, ଆହେ ପ୍ରଭୁ ମୋତେ ଜିଅନ୍ତା କାହିଁକି କଲବଲ କରୁଛ... ଏତିକି କହି  ଆଖିରୁ ଦୁଇ ଧାର ଲୁହ ବୋହି ଗଲା..

ଜୀବନ କଣ ଏମିତି କଷ୍ଟ ସାଧ୍ୟ ଯେ, ପେଟ କୁ ଦୁଇ ମୁଠା ଅର୍ଣ୍ଣ ଦେବା ପାଇଁ ପେଟ କୁ ଭୋକେ ରଖିବାକୁ ପଡେ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡେ.. ଆଖିରୁ ଲୁହ ପୋଛୁ ପୋଛୁ ତାକୁ ପଛ ପଟୁ କିଏ ଡାକି ବାର ଶୁଭିଲା.. ସେ ପଛ କୁ ବୁଲି ଚାହିଁଲା ପଡିଶା ଘର ମାଉସୀ ଖାଇବା ନେଇ ଆସିଛନ୍ତି ତା ପାଇଁ... ସେ ତା ଦୁଃଖ ନ  ଦେଖି ପରି ବେଳେବେଳେ ଖାଇବା ଦେଇ ଥାନ୍ତି,,, ସେ ତାକୁ  ଆନନ୍ଦ ରେ ଖାଇନେଲା ଆଉ ଭାବିଲା ହେ ପ୍ରଭୁ ଆପଣ ବଡ଼ ଦୟାଳୁ ଦୁଃଖ ପାଇଁ ବର୍ଷା ରୋକି ଦେଲ  ମାଠିଆ  ତିଆରି ପାଇଁ ପେଟ କୁ ଦାନା ବି ଦେଲ ମୋ ପାଖେ ଏମିତି ଥାଅ ରେ ନାଥ କହି ପ୍ରଭୁଙ୍କର  ନିମନ୍ତେ ହାତ  ଯୋଡି  ଆକାଶ କୁ ଚାହିଁଲା ଆଉ ତାକୁ ଲାଗିଲା ଯେମିତି କିଏ ତାକୁ କହୁଛି ତୁ ଜମା ବେସ୍ତ ହୁଅନି ମୁଁ ତୋ ସହିତ ଅଛି।

ସମାପ୍ତ