Aarenge marriage ? in Odia Classic Stories by Gitanjali Pujapanda books and stories PDF | ଆରେଞ୍ଜ ମ୍ୟାରେଜ

Featured Books
Categories
Share

ଆରେଞ୍ଜ ମ୍ୟାରେଜ

ଆରେଞ୍ଜ ମ୍ୟାରେଜ✍️ଗୀତାଞ୍ଜଳୀ

କବାଟ ଫାଙ୍କ ରେ ନୂଆ ଦୁନିଆ ଟି ଦେଖି ଡର ମାଡୁଥିଲା ରୁଚି କୁ ।ବୋହୁ ବେଶ ରେ ସଜେଇ ହୋଇବସିଛି ସେ ।ସାଙ୍ଗମାନେ ତାର ନାଚ ଗୀତ ରେ ମଗ୍ନ ଥିଲେ ।ହେଲେ, ରୁଚି ମନରେ ଅଜଣା ଭୟ ।ବାବା  ତାର ଜିଦ ଧରିଲେ ଏ ବର୍ଷ ତାକୁ ବାହାକରିବେ ,ତାଙ୍କ ସାଙ୍ଗ ପୁଅ ଅବିର ସହ ଅବିର କୁ ଯାହା ସେ ପିଲା ଦିନେ ଦେଖି ଥିଲା, ହେଲେ ଏବେ ଫଟୋ ନ ଦେଖି ବାହା ହେବା ପାଇଁ କେମିତି ରାଜି ହୋଇଗଲା ସେ ଜାଣି ପାରି ନ ଥିଲା।ବାବା ତାର କହିଲେ ମାଆ ମୋ ସାଙ୍ଗ କୁ ପିଲା ଦିନେ କଥା ଦେଇଥିଲି ମୋ ଝିଅ  ତାକୁ ଦାନ କରିବି ବୋଲି।ତୁ ତା ଘର କୁ ବୋହୁ ହେଇକି ନୁହେଁ ଝିଅ ହେଇକି ଯିବୁ ।ବାବା ଙ୍କର କଥା କୁ କେବେ ହେଲେ ସେ ବିରୋଧ କରିନି ତାର ଇଚ୍ଛା ଥିଲା ଆ ଇପିସ ହେବ ପାଇଁ ,କାରଣ ସେ କରାଟେ ରେ ବ୍ବ୍ଲାକବେଲ୍ଟ। ହେଲେ ତା ବାବା ତାକୁ ମନା କରିବାରୁ ସେ ସେଥିରୁ ଓହରି ଯାଇଥିଲା ,,ଗୋଟେ କଥା ଜାଣିଥିଲା ବାବା ,,ବୋଉ ଙ୍କର ଇଚ୍ଛା ବିରୁଦ୍ଧରେ ସେ କିଛି କରିବେନି।କାରଣ ,,ତାଙ୍କ ବିରୁଦ୍ଧରେ ଗଲେ ,,କେହି କେବେ ଖୁସି ହେଇପାରିବେନି ଜୀବନ ରେ ,,ରୁଚି ର ମନ ରେ ଅନାବଳ ସେହ୍ନ ଥିଲା ,ତା ବାବା ବୋଉ ଙ୍କର ପ୍ରତି,ତା ପରେ ବି , ସେ ଗୋଟେ ଝିଅ ବାବା ବୋଉ ଙ୍କର ସାନ ଭାଇ ଅଛି ।ହେଲେ ବାବା ତାର ବେଶି ଭଲ ପାଆନ୍ତି ତାକୁ ।

କାରଣ, ସେ  ତା ବାବା ଙ୍କର କଥା ବେଶି ମାନେ ।ଆଜି ମାନି ନେଇଥିଲା ,ତାର ଜୀବନ ର ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କୁ ଯାହା ତା ବାବା ତା ପାଇଁ ନେଇ ଥିଲେ ।ମୁଦି ପିନ୍ଧା ହେଲା ହେଲେ ଅବିର ଆସିନଥିଲେ ।ତାଙ୍କର ଛୁଟି ନଥିଲା କାରଣ ସେ କାନେଡା ର ଏକ  ସଫ୍ଟୱେକମ୍ପାନୀ ରେ ଚାକିରୀ କରିଥିଲେ ।ହେଲେ ଶାଶୁ ଶାଶୂର ଆସି ମୁଦି ପିନ୍ଧେଇ ଦେଇ ସମ୍ବନ୍ଧ ଟିପକା କରି ଯାଇଥିଲେ।ତା କିଛି ଦିନ ରେ ନିର୍ବନ୍ଧ, ହେଲେ ସେଥିରେ ବି ଅବିର ଆସି ନ ଥିଲେ ।ବିଡ଼ିଓ କୋଲିଂ ରେ ନିର୍ବନ୍ଧ ହେଲା, ହେଲେ ରୁଚି ଆଜି ପ୍ରାଯନ୍ତ ଅବିର ସଙ୍ଗେ ନା କଥା ହେଇଚି ନା ବିଡ଼ିଓ chatting କରିଛି ।

କେମିତି ସେ ଏତେ ବଡ଼ ନିଷ୍ପତ୍ତି ନେଇଥିଲା ।ଆଜିକାଲି ଯୁଗ ର ଝିଅ ହେଇ କି ?? ବି ଖାଲି ତା ବାବା ଙ୍କ ର ମନରେ ଦୁଃଖ ହେବନି ବୋଲି ସିନା ।ହେଲେ ମନ ରେ ଭୟ ଥାଏ କାଳେ କଣ ହେବ?? ,ତାପରେ ମନେ ଭାବେ ମୁଁ ତ ବ୍ଲାକ ବେଲ୍ଟ ମତେ କିଏ କଣ କରିବ ,ମନ ରେ ସନ୍ଦେହ ଆଣେ ଅବିର କଣ ??ଆଉ କାହାକୁ ଭଲ ପାଉଛନ୍ତି କି ବିଦେଶ ରେ ସେ କାହିଁକି?? ତାଙ୍କ ନିଜ ବାହାଘର ପୂର୍ବ  function ରେ ଆସିପାରୁନାହାନ୍ତି ।ଜେଜେମାଆ ଙ୍କ ଆଗେ  କୁହେ ହେଲେ ଜେଜେମାଆ କହନ୍ତି ରୁଚି ମିଛରେ ସନ୍ଦେହ କରିବୁନି କାହା ଉପରେ ,ଆଜି କାଲି ପିଲା ମାନେ ସିନା ଦେଖା ସାକ୍ଷାତ ପରେ ବାହାହେଉଛନ୍ତି ।ମୁଁ ଆଉ ତୋ ଜେଜେବାବା ପରା ଚଉଠି ରାତି ରେ ଦିଜଣକୁ ଦେଖିଲୁ light ବି ନ ଥିଲା  ସେତେବେଳେଖାଲି ଯାହା  ଦୀପ ଆଲୁଅରେ ଦୁକ ଦୁକ ହୋଇ ଜଳୁଥିଲା ,,ସେ କୁହେ ସତ ରେ ଜେଜେମାଆ  ହଁ ତୁ ଦେଖୁନୁ, ଆଜି ପ୍ରାଯନ୍ତ ଆମେ ସାଥି ହୋଇଅଛୁ ।,କଳି ଲାଗେ ହେଲେ ପୁଣି ଏକାଠି ହୋଇଯାଉ ଆମେ, ତୁ କଣ? ଦେଖିନୁ ,ରୁଚି କହେ ହଁ ଜେଜେମାଆ ସତକଥା ।

ଅବିର ବି କଣ  ତାଙ୍କ ବାହାଘର ପାଇଁ ସିରିଅସ ନୁହେଁ ନା କଣ ?ସେ କଣ ପାଇଁ ଫୋନ କରୁ ନାହାନ୍ତି?? ଭାବେ ନିଜେ କରିଦେବ ହେଲେ ହାତ ଅଟକି ଯାଏ ତାର,କଣ ପାଇଁ କରିବ ସେ ତ କରୁନାହାନ୍ତି?? ବାବା ତାର ବାହା ଘର ତାରିଖଟା ଠିକ କରି ତାଙ୍କ ସାଙ୍ଗ କୁ ଜଣେଇ ଦେଲେ ।ରୁଚି କୁ ଯେତେବେଳେ କହିଲେ ତାଆ ପାଦ ତଳୁ ମାଟି ଖସିଗଲା ।ଆଉ ପନ୍ଦର ଦିନ ପରେ ତାଆ ବାହା ଘର ।ଅବିର ଆସି ପାରିବେ ତ?? ନା ସେ ବାଡୁଅପାଣି ରେ  ଗାଧେଇ ସେମିତି ରହିଯିବ ।ମନ ରେ ଅସରନ୍ତି ଭୟ ।ବାହାଘର ପାଖେଇ ଆସେ ହେଲେ ଅବିର କଥା କାହା ପାଟି ରୁ ଶୁଣେନି  ତାକୁ ବି ପଚାରି ବାକୁ  ଲାଜଲଗେ କାଳେ କିଏ ଖରାପ ଭାବିବ କହିବ ଏଝିଅ କେତେ ଫରଫର ହଉଛି ,,ନିଜ ବାହାଘର ନେଇ ,,ତେଣୁ ଚୁପଚାପ ବାହାଘର  ହେବା ପ୍ରାଯନ୍ତ ଅପେକ୍ଷା କରିବାକୁ ହେବ ,,।

ହେଲେ ,,ବାବା ଉପରେ ତାର ଭରଷା ଥାଏ ,ବାହାଘର ତାର ଆଜି, ପାର୍ଲାରବାଲି ଆସି ତାକୁ ପୁରା ବୋହୁ ବେଶେ ସଜେଇ ଦେଇଚି ନାଲି ଟୁକୁ ଟୁକୁ ସାଧବ ବୋହୁ ପରି ସେ ଦିଶୁଚି ।କଣ ଆଜି ଅବିର ଆସିଛନ୍ତି ??ମନ ରେ ତାର ଅନେକ ପ୍ରଶ୍ନ ର ସମାହାର ହେଲେ ଉତ୍ତର ମନେମନେ ଦେବାକୁ ପଡିବ ନିଜ କୁ ବୁଝେଇବାକୁ ପଡିବ ଗୋଟେ ଶବ୍ଦ ',ହଁ ଆସିଥିବେ''.ନିଶ୍ଚିତ ଆସିଥିବେ ,, ବାବା ଙ୍କର ନ ହେଲେ ମୁଣ୍ଡ ବିନ୍ଧା ହେବନା ,ସତ କହିବାକୁ ଗଲେ ସେ ତା''ର ବାବା ଙ୍କର  ଉପରେ ସବୁ ଛାଡି ଦେଇଛି। ସବୁ କଥା ମନେ ମନେ ଭାବି ନିଜ କୁ ଶାନ୍ତ କରିନିଏ। ବାହାଘର ସଜେଇ ହୋଇ ବସିଛି ସାଙ୍ଗମାନେ ତାର ଡୋଲି ସଯାକେ ରଖନା ମେହେନ୍ଦୀ ଲଗାକେ ରଖନା ଗୀତ ରେ ନାଚୁଥାନ୍ତି ହେଲେ ରୁଚି ମନ ରେ ଦୁଃଖ ଗୀତ ବାଜୁଥାଏ ।ମନ ତାର ଅପଟ ସେପଟ ଦୁଆର ଫାଙ୍କ ରେ ସେ ଚାହିଁ ଦିଏ, ତା ବାବା ବୋଉ କୁ ଭାବେ ସତରେ କେତେ ମହାନ ଏମାନେ ଦେଖା ସାକ୍ଷାତ ବିନା ବାହା ହୋଇ ଜେଜେ ମା ର ପଚାଶ ବର୍ଷ ଆଉ ବାବା ଙ୍କର୨୫ ବର୍ଷ ଏକାଠି କେମିତି କଟିଲେ ସେମାନେ ,ଏ ମାନଙ୍କୁ ଧନ୍ୟ କହିବ ସତରେ ,ଦେଖି ଭାବନା ରେ ଆଖିର ଅସ୍ରୁ ତା ଅଜ୍ଞାତସାର ରେ ଝରିପଡ଼େ ଲୁହ ବି ନା କେତେବେଳେ ଆସିବେ,,ବେଳ କାଳ ତାଙ୍କୁ ଜଣାନାହିଁ ,,ଅଚାନକ ଆସିବେ ,,ମନ ଆଉ ଆଖି କୁ ଓଦା କରି ଚାଲିଯିବେ ।

ବାଜା ର ଶବ୍ଦ ବାଣ ର ଶବ୍ଦ ରେ କାନ ତାର ଫାଟିଗଲା ପରି ଲାଗିଲା ତାକୁ ସାଙ୍ଗମାନେ କହିଲେ, ରୁଚି ତୋ ବର ଆସିଗଲା ।ଆରେ ସତେ ନା କଣ ଅବିର ଆସିଗଲେ କି??ରୁଚି ମନ ରେ ଆନନ୍ଦ ର ଲହରୀ ଖେଳିଗଲା ମନ ରେ ତାର ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର ତୁମେ ହିଁ ଶଙ୍ଖା ଗୀତଟି ବାଜିବାକୁ ଲାଗିଲା,।କିନ୍ତୁ ମନଟା ତାରଗୋଟେ ଅଜଣା ଭୟରେ ଗୀତ ଟିକୁ ରୋକି ଦେଲା।ମନ ରେ ବହୁତ ପ୍ରଶ୍ନ ଘର କରି ସରିଥାଏ ,,ତା'ର ଅବିର ଦେଖିବାକୁ କେମିତି ପିଲା ,ପିଲାଦିନେ ତ ଠିକ ଥିଲେ ।ହେଲେ ଏବେ ,ମନ କୁ ନିଜର ପ୍ରଶ୍ନ କରି ନିଜ ଉପରେ ଭାରି ବିରକ୍ତ ଲାଗିଲା ତାକୁ, ଭାବିଲା ଏଣ୍ଟରନେଟ ଯୁଗ ରେ ସେ ନବେ ମସିହା ର ଜୀବନ ବଞ୍ଚୁଛି କାହିଁକି ?? ସେ ମନା କରୁଥିଲା ଫଟୋ ଦେଖିବାକୁ ଯେତେବେଳେ ବାବା ତାକୁ ଫଟୋ ଦେଲେ ବୋକି ଫଟୋ ନ ଦେଖି ଫେରାଇ ଦେଲା ,,ସେତେବେଳେ ବାବା ତାଙ୍କ ସାଙ୍ଗ ଦେଇଥିବା  କଥା କୁ ରଖିବ ପାଇଁ ତାକୁ ଅବିର ର ଫଟୋ ମଧ୍ୟ ଦରକାର ନ ଥିଲା।

ହେଲେ ଆଜି ବାହାଘର ଦିନ ରେ କଣ?? ପାଇଁ ଏସବୁ ଭାବୁଚି  ଅବିର ଯଦି ଅସୁନ୍ଦର ହେଇଥିବେ କଣ ତାକୁ ଛାଡିକି ଚାଲିଆସିବ??ଏମିତି କେତେ ଭାବନା ତା ମନକୁ ଘଣ୍ଟି ଚକଟି ଦିଉଥାଏ ,,କଣ କରିବ  ଏବେ ନେଡି ଗୂଡ଼ କହୁଣୀକି ବୋହିଗଲାଣି  ଏବେ ଭାବୁଚି ବସି ,,ସୀମା ତା ସାଙ୍ଗ ଆସିକି କହିଲା ରୁଚି ତୋ ବର କୁ ମତେ ଦେଇ ଦେ ତୋ ବଦଳରେ ମୁଁ ବାହା ହେଇଯିବି ।ରୁଚି ଆଶ୍ଚର୍ଯ୍ୟ ହେଇକି ଚାହିଁଥାଏ ସୀମାକୁ କଣ ପାଗଳ ପରି କଥା କହୁଛି?? ସେ ,ଆରେ ଏତେ ସୁନ୍ଦର ଟୋକା ମୋ life ରେ ମୁଁ ଦେଖିନି ଡେଙ୍ଗା ସୋମୈୟ ,ପୁରା ଏକ ଦମ ଝାକାଶ।କଣ କହିବି ପୁରା ଲଷ୍ମୀ ନାରାୟଣ ଯୋଡି ତୁମର??

ଓଃ!!! ହୋ !!!ରୁଚି ମନ ରେ ପ୍ରାଣ ରେ ଜୀବନ ଆସିଲା ଏସବୁ ଶୁଣି ରୁଚି ନିଜ କୁ ହାଲକା ଅନୁଭବ କରୁଥାଏ ।ଯା ହଉ ବାବା ମୋର ବାହାଘର ଗୋଟେ ସୁନ୍ଦର ଲୋକ ସହ କରିଛନ୍ତି ।ହେଲେ ,,ପୁଣି ପ୍ରଶ୍ନ ର ମାୟାଜାଲ ଉପର ସୁନ୍ଦର ହେଲେ କଣ ହେବ?? ହୃଦୟ ସୁନ୍ଦର ହେବା ଦରକାର ପୁଣି ମନ ରେ ତାର ଦୁଃଖବଷା ବାନ୍ଧୁ ଥାଏ ।ସେତେବେଳେ କୁ  ତାବୋଉ ତାକୁ ବେଦୀ ପାଖକୁ ଡାକିବା ପାଇଁ ଆସନ୍ତି,ବୋଉ କୁ କୁଣ୍ଢେଇ କାନ୍ଦି ପକାଏ,, ବୋଉ ତାର ଲୁହ ପୋଛି ଦିଅନ୍ତି । ,ସେ ମନେ ମନେ ଭାବେ ବାବା ବୋଉ କେବେ ,,ହେଲେ ପିଲା ମାନକ ପାଇଁ ନେଇଥିବା ନିଷ୍ପତ୍ତି ଭୁଲ ହୁଏନି ବାକି ତାର ଭାଗ୍ୟ ଉପରେ ନିର୍ଭର ଧୀରେ ଧୀରେ ଚାଲେ ବେଦୀ ପାଖ କୁ ବୋଉ ଙ୍କର ହାତ ଧରି।ପ୍ରଥମେ ବେଦୀରେ ବସେ କିଛି ସମୟ ପରେ ,, ଟିକେ କଣେଇ କଣେଇ ଚାହେଁ ଅବିର କୁ ହେଲେ ହୁମ ଧୂଆଁ ରେ ଆଖି ତାର ବନ୍ଦ ହୋଇଯାଏ ।ମନେ ମନେ ଭାବେ ଓଃ!! ଏ ବାହାଘର କେବେ ସରିବ କେଜାଣି।ମଣିଷ ଖାଲି ସକାଳୁ ସର୍ବତ ପିକିଅଛି ।କେତେ ପ୍ରକାର ଖାଇବା ହେଇଛି ।ହେଲେ କୁଣିଆ ମାନଙ୍କ ପାଇଁ।ତାକୁ ଆଉ ଅପେକ୍ଷା କରିବାକୁ ପଡିବ ଓଃ!! କି କଷ୍ଟ ବେଦୀ ରେ ବସି ବାହା ହେବା,ବାବା ଯଦି କୋଟ ରେ ରେଜିଷ୍ଟ୍ରେସନ କରି ବାହାଘର କରିଥାନ୍ତି ,ଭଲ ହେଇଥାନ୍ତା ହେଲା ଆଇନି ଅନୁସାରେ ବିଦେଶ ଗଲେ ମ୍ୟାରେଜ ସଟିଫିକେଟ ବି ଦରକାର ,ସେ ତା"ହେଲେ ଆଉ ଥରେ କୋଟ ରେ ବାହା ହେବ ମଣିଷ ଭଲ ଫସିଲା ବାବା ଙ୍କର କଥା ଶୁଣି।ହେ ମହାପ୍ରଭୂ ରକ୍ଷାକର ମତେ ମନେ ମନେ କହୁ କହୁ ହାତ ଗଣ୍ଠି ପଡିଲା ହୁଳହୁଳି ରେ ପୁରା ବେଦୀ ଟା ଫାଟି ପଡୁଥାଏ ହେଲେ ରୁଚି ଆଉ ଏକ ଦୁନିଆ ରେ।

ହାତଗଣ୍ଠି ସମୟ ରେ ଅବିର ର ପ୍ରଥମ ଛୁଆଁ, ତା "" ଦେହ ଓ ମନରେ ଶିହରଣ ଖେଳେଇ ଦିଏ ।,ସେ ବ୍ଲାକ ବେଲ୍ଟ ରୁଚି ରୁ ଗୃହିଣୀ ରୁଚି ହେଇଯାଏ, ସେତେବେଳେ ମନ ରେ ତାର ଅନେକ ଗୀଟାର ,ଭାଓଲୀନ,କେତେ ଯେ ସଙ୍ଗୀତ ବାଜି ଉଠେ ।ରୁଚି ସେ ଗୁଡିକ କଣ୍ଟ୍ରୋଲ କରି ପୁଣି ପ୍ରଶ୍ନ ର ମାୟାଜାଲ ମୋ ମନ ରେ ଯାହା ଅବିର ମନ ରେ କଣ ଠିକ ସେଇଆ ??ସେଇ ଏକ ପ୍ରକାର ଭାବନା କିଏ ଜାଣିବ ଆଗୁଆ କଣ ??ସେ ତାଙ୍କ ସହ କଥା ହେଇଚି ନା ତାଙ୍କ ମନ କୁ ପଢ଼ିଛି।ଅବିର ତା ମୁଣ୍ଡ ରେ ସିନ୍ଦୁର ପିନ୍ଧେଇ ଦିଅନ୍ତି ।ସବୁ କର୍ମ ସାରିଯାଏ ଏବେ ସେ ଅବିର ର ସହଧର୍ମୀମିଣି ଅବିର ତାର ଇହକାଳ ପରକାଳ ର ଦେବତା ।ହେ ଆଜିକାଲି କିଏ ମାନୁଚି ମ ।ସିଏ କଣ ତା ବୋଉ ଆଉ ଜେଜେମା ହେଇଚି ଯେ କଳି କରି ପୁଣି ମିଶିଵ??ସିଏ ତ ବ୍ଲାକବେଲ୍ଟ  ଯଦି କିଏ କଣ କହିବି ଏମିତି ଦବ ତାକୁ ଯେ ମାଟି କାମୁଡି ପଡିବ ।ଆରେ ନା ବୋଉ କହୁଥିଲା ପାପ ହବ ବୋଲି ଓଃ!!ହୋ  ମଣିଷ ବଡ଼ କଲ ବଲଟେ ହେଲା।

ବାହାଘର ସରିଲା ବାବା ତାଙ୍କ ସାଙ୍ଗ କୁ କହିଲେ ମୋ ରୁଚି ତତେ ଲାଗିଲାରେ ,ସେ ଅବିର କୁ ଦେଖିନି ହେଲେ ମୋ କଥାରେ ସେ ସୁନାଝିଅ ମୋର ରାଜି ହେଇଗଲା ଆରେଞ୍ଜ ମ୍ୟାରେଜ ପାଇଁ ବୁଝିଲୁ ଝିଅ ନଉଛୁ ମୋ ଠୁ ତାକୁ ବୋହୁ ଭାବିବୁନି ଝିଅ ପରି ଚଳେଇବୁ ।ଅବିର ର ବାବା କଥା ଦେଇ କହିଲେ ତୁ ଏତେ ଵ୍ୟସ୍ତ ହୁଅନା ରୁଚି ଆଜିଠାରୁ ମୋ ଝିଅ ।ତା''ପରେ ସମସ୍ତେ ବସିଲେ ଖାଇବାକୁ ହେଲେ ରୁଚି ର ଗୋଟେ ଗୁଣ୍ଡା ବି ଗଲାଣି ତଣ୍ଟି ରେ  ତାକୁ ମନେ ମନେ କାନ୍ଦ ଲାଗୁଥାଏ ।ତା"" ଘର ପରିବାର କୁ ଛାଡି ,ସେ ଆଉ ଗୋଟେ ଘରକୁ ଯିବ ଆଉ ଯାହା ସଙ୍ଗେରେ ରହିବ ସେ ତା ପାଇଁ ପୁରା ଅଜଣା ଅପରିଚିତ ,ଯାହା ପିଲା ଦିନେ ସେ ଦେଖି ଥିଲା ତାକୁ ।ମନ ହେଉଥାଏ ଜୋରକରି ବଡ଼ ପାଟିରେ କାନ୍ଦିବାକୁ ହେଲେ ,,କାନ୍ଦି ପାରେନିଷେ  କାରଣ ସେ ଯଦି କାନ୍ଦିବ ଘରର ସମସ୍ତେ କାନ୍ଦିବେ, ହେଲେ ଆଉ ସମ୍ଭାଳି ପାରିଲାନି ତା ଭିତରେ ଉଠୁଥିବା କୋହକୁ, କୋହ ଗୁଡିକ ଆଖିବାଟେ ଲୁହ ହୋଇ ବହିଗଲା ତାକୁ ଦେଖି ସମସ୍ତେ ଘର ର କାନ୍ଦି ବାକୁ ଲାଗିଲେ ।ଝିଅ ବିଦା ଟା ପୁରା କାନ୍ଦ ରେ ଭରିଗଲା ।ବାବା ବୋଉ ଜେଜେ ଜେଜେମାଆ ଆଉ ସାନଭାଇ ର ସେହ୍ନ ,ପ୍ରେମ କୁ ନେଇ ଅବିର ସାଙ୍ଗ ରେ କାର ରେ ବସି ଚାଲିଲା ଶାଶୂଘର ।

କାର୍ ଟି ପୁରା ଗୋଲାପ ଫୁଲ ରେ ସଜ୍ଜିତ ହୋଇଥାଏ ।କେତେ ସମୟ କାନ୍ଦି କାନ୍ଦି ଥକି ଯାଇଥାଏ ପାଖ ରେ ଥାଏ ଅବିର, ରୁଚି ର ଆଖି  ପଡିଯାଉଥାଏ ହେଲେ ମୁହଁ ର ବାଳ ଗୁଡିକ ପବନ ରେ ମୁହଁ କୁ ଲୁଚେଇ ଦେଉଥାଏ ।କାହାର ହାତ ଛୁଆଁ ରେ ହାଲକା ନିଦ ଟା ତାର ଭାଙ୍ଗି ଗଲା ସେ ଦେଖୁଥିଲା ଅବିର ତା ମୁହଁ ରେ ପଡିଥିବ ବାଳ ଗୁଡିକୁ ଠିକ କରୁଛନ୍ତି ସେ ଚମକି ପଡିଲା ।ହେଲେ ହାଲିଆ ଯୋଗୁ ଶୋଇ ପଡିଲା ପୁଣିଥରେ।ଶାଶୂଘର ପହଞ୍ଚୁ ପହଞ୍ଚୁ ସକାଳ ହେଇଯାଇଥାଏ ।ଶାଶୁ ଘର ଲୋକ ରୁଚି କୁ ବନ୍ଦାପନା କରି ଘର କୁ ନେଲେ ।

ବାସର ରାତି ପୁରା ରାଜନିଗନ୍ଧା ରେ ରୁମ ଟି ସଜ୍ଜିତ ତାକୁ ବି ତାର ଏକ ମାତ୍ର ନଣଦ ଯିଏ ବିବାହିତ ସେ ସଜେଇ ଦେଇଥାନ୍ତି ।ରୁଚିର ମନ ଆଜି ଜୋର ରେ କାହିଁକି ??ଧକ ଧକ କରୁଛି କିଛି ଖାଇବାକୁ  ଇଛା ହେଉନି ତାର ମୁଣ୍ଡ ଟା ପୁରା ବିନ୍ଧା ବାହାଘର ରେ ଟିକେ ରେଷ୍ଟ ନାହିଁ ତାକୁ ।ଦେହ ରେ ବନାରସି ପାଟ ମୁହଁ ରେ ବଡ଼ ସିନ୍ଦୁର ହାତ ରେ ମୁଠା ମୁଠା ଚୁଡି,ମୁଣ୍ଡ ରେ ଗଜରା ବେକ ରେ ମାଳି କାନ ଫୁଲ  ନିଜ କୁ ଏତେ ସୁନ୍ଦର ସେ କେବେ ଦେଖିନି ।ନଣଦ ତାର ତାକୁ ନେଇ ସେ ରୁମ କୁ ଗଲେ ଆଉ ଚୁନୀ ଟା ଟାଣି ବସିବାକୁ କହିଲେ ।ଓଃ!! କି ଗରମ ଏସି ଲାଗିଛି ହେଲେ ଦେହ ରୁ ତାର ଝାଳ କାହିଁକି??  ଆଜି ବାହାରୁଚି ସେ ଜାଣିପାରୁନି ଏତିକି ବେଳେ ଦୁଆର ଖୋଲିବାର ଶବ୍ଦ ରେ ଗୋଡ଼ ଥରିବାକୁ ଲାଗିଲା ତାର  , ବ୍ଲାକ ବେଲ୍ଟ ରୁଚି ଆଜି ଶକ୍ତି ହୀନ ହେଇଯାଇଥିଲା ,ଅବିର ବୋଧେ ଆସିଲେ ନା କଣ?? ଚୁନୀ ରୁ କଣେଇ କଣେଇ ଚାହୁଁଥାଏ ବୋଉ କହିଥିଲା ଚଉଠି ଦିନ ଅବିର କୁ ମୁଣ୍ଡିଆ ମାରିବୁ।ଇସ କେମିତି ମାରିବି ରୁଚି ଭାବୁଥାଏ।ଏତିକି ବେଳ କୁ ଅବିର ଆସି କହିଲେ hello madam କଣ ଭାବୁଚ??ମୁଣ୍ଡିଆ ମାରିବ କି ନ ମାରିବ☺️☺️ରୁଚି ଧୀର ସ୍ୱର ରେ କହିଲା  ,ନା କିଛି ନୁହେଁ ଏଥର ଟିକେ ଛାତି ଥରିବା ବନ୍ଦ ହେଲା ରୁମ ରେ ସେ ଆଉ ଅବିର ।ଏଥର ଅବିର ର ମୁହଁ କୁ ସେ ଦେଖିପାରିବେ ।ହେଲେ ସେ କାହିଁକି?? ଚୁନୀ ଉଠାଉ ନାହାନ୍ତି ତାର,କଣ କରିବ ସେ।ଓଃ!! ଆଉ ଏତେ ପୋଜ ଦେଇ ବସିପାରିବନି ସେ ।ଓଃ!! କହି ଉଠିଗଲା ବେଳ କୁ ଅବିର ପୋଡା ନଡ଼ିଆ ଖଣ୍ଡେ ଆଣି ମୁହଁ ରେ ଦେଇ ଦେଲେ କଣ ମ୍ୟାଡ଼ାମ ଏଥର ଦେଖିଲ ମତେ  କଣେଇ କଣେଇ ଚାହୁଁ ଥିଲା ରୁଚି ଲାଜେଇ ଯାଇଥିଲା ,,ଆଉ ଅବିର ତାଙ୍କୁ ତାଙ୍କ ବାହୁ ବନ୍ଧନ ରେ ଆବଦ୍ଧ କରି ନେଇଥିଲେ। ସେତେବେଳେ ରୁମ ରେ ତାଙ୍କର ବାସ୍ନା ର ମହକ ସହିତ ବାଜୁଥିଲା, ତୁମ ମିଲେ ଦିଲ ଖିଲେ ଔର ଜିନେ କୋ କ୍ୟା ଚାହିଁଏ,,,,,,,,,,,,,,,,,,,,, ରୁଚି ଅବିର ର ବାହୁ ବନ୍ଧନରେ ରେ ନିଜକୁ ସୁରକ୍ଷିତ ମନେ କରୁଥିଲେ ବ୍ଲାକ ବେଲ୍ଟ ହୋଇମଧ୍ୟ।ଜେଜେମାଆ ର ପ୍ରତ୍ୟେକ ଟି କଥା ମନେ ପକାଇ ମୁରୁକି ହସି ଦେଉଥିଲା ସେ ।ଅବିର ର ବହୁ ବନ୍ଧ ନ ରେ ରହି ଭାବୁ ଥିଲା ଜେଜେମା କହି ଥିଲା ଯିଏ ଯାହା ହାଣ୍ଡି ରେ ଚାଉଳ ପକାଏ ସେ ତା ଘର ର ବୋହୁ ହୁଏ ।ମନେ ମନେ ହସି ଅବିର ମୁହଁକୁ ଚାହିଁ ଲାଜେଇ ଯାଇ ଭାବୁ ଥିଲା ବାଃ ବାଃ ରେ ଆରେଞ୍ଜ ମ୍ୟାରେଜ କଣ କଲୁ ,...........।✍️ଗୀତାଞ୍ଜଳି ପୂଜାପଣ୍ଡା